ଜମ୍ମୁ କାଶ୍ମୀର : ଅନନ୍ତନାଗ ଓ କୁଲଗ୍ରାମରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ଅନନ୍ତନାଗ ଓ କୁଲଗ୍ରାମରେ ସୁରକ୍ଷା ବାହିନୀ ଓ ଆଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ଶନିବାର କୁଲଗାମ୍ ଜିଲାର ନିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷା ବାହିନୀ ଖବର ପାଇବା ପରେ ଖାନତଲାସି ଆରମ୍ଭ କରିଥିଲା । ଏହି ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସମ୍ପୃକ୍ତ ଅଞ୍ଚଳକୁ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍‌ ଆର୍ ଏବଂ ସିଆର୍‌ପିଏଫ୍ ଜବାନମାନେ ଘେରିଯିବା ସହ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ବର୍ତ୍ତମାନ ମଧ୍ୟ ନିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସି ଅଭିଯାନ କରାଯାଉଥିବା ଜଣାପଡିଛି ।

ସେହିପରି ଶନିବାର ଭୋର ସମୟରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାର ଲାଲ୍ଲାନ୍ ଅଞ୍ଚଳରେ ଅନ୍ୟ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଗୁଇନ୍ଦାସୂତ୍ରରୁ ସୂଚନା ପାଇବା ପରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ କର୍ଡନ୍ କରିବା ସହ ତଲାସି ଅଭିଯାନ କରିଥିଲା । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀମଧ୍ୟରେ ଗୁଳିବିନିମୟ ହୋଇଥିଲା । ଭାରତୀୟ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ ।

Comments are closed.