ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀ ଲସ୍କର- ଏ- ତୋଇବା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବର୍ତ୍ତମାନ ମଧ୍ୟରେ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ଏହି ଅପରେସନକୁ ପୁଲିସ, ସେନା, ଓ ସିଆରପିଏଫର ମିଳିତ ଦଳ କରିଛନ୍ତି।
ସୂଚନା ଯୋଗ୍ୟ, ଶ୍ରୀନଗରର ଦାନମାର ଅଞ୍ଚଳ ଆଲମଦାର କଲୋନୀରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରିଥିଲେ। ଆତଙ୍କବାଦୀଙ୍କ ଆତ୍ମସମର୍ପଣ ପାଇଁ ମଧ୍ୟ କହିଥିଲେ। ମାତ୍ର ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଳଟା ଗୁଳିଚାଳନାରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏବେ ତଲାସି ଅଭିଯାନ ଜାରି ରହିଛି।

 

Comments are closed.