ଏକ ସାଙ୍ଗରେ ଦୁଇଟି ଚାକିରି କରିପାରିବେ କର୍ମଚାରୀ- ଇନଫୋସିସ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ମୁନଲାଇଟିଂକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ, ଇନଫୋସିସ ଏହାର କର୍ମଚାରୀଙ୍କୁ କମ୍ପାନୀରେ ଚାକିରି କରିବା ସହ ଅନ୍ୟ ଚାକିରି କରିବାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏଥିପାଇଁ କର୍ମଚାରୀଙ୍କୁ ମୁଖ୍ୟ ପ୍ରବନ୍ଧକଙ୍କ ଠାରୁ ଅନୁମତି ନେବାକୁ ହେବ। କିନ୍ତୁ ଏଥିପାଇଁ ଇନଫୋସିସ୍ କିଛି ସର୍ତ୍ତ ମଧ୍ୟ ରଖିଛି। କମ୍ପାନୀ କହିଛି ଯେ କର୍ମଚାରୀ ଯାହା ବି କାମ କରିବେ ତାହାର ଇନଫୋସିସ୍ କିମ୍ବା ଏହାର କ୍ଲାଏଣ୍ଟଙ୍କ ସହ କୌଣସି ସଂପର୍କ ନଥିବା ଦରକାର।ଇନଫୋସିସ ଏହାର କର୍ମଚାରୀଙ୍କ ସହ ଏକ ଅନ୍ତରୀଣ ବୈଠକରେ ଗିଗ ଜବ୍ସ କଥା କହିଛି।

କମ୍ପାନୀ ଏହି ଗିଗ ଜବ୍ସକୁ ମୁନଲାଇଟିଂ ଶ୍ରେଣୀରେ ରଖିବ କି’ ନାହିଁ ସ୍ପଷ୍ଟ କରିନାହିଁ। ମୁନଲାଇଟିଂକୁ ନେଇ ନିକଟରେ ଅନେକ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲେ। ଇନଫୋସିସ୍ ନିଜେ ମଧ୍ୟ ମୁନଲାଇଟିଂ ଯୋଗୁଁ କର୍ମଚାରୀଙ୍କୁ ଛଟେଇ କରିଥିଲା। ବିଶ୍ଲେଷକଙ୍କ କହିବା ଅନୁଯାୟୀ ଏହି ପଦକ୍ଷେପ ଦ୍ବାରା କମ୍ପାନୀକୁ ଫାଇଦା ହେବ। ଗିଗ ଜବ୍‌ ଦ୍ବାରା କର୍ମଚାରୀଙ୍କୁ ଆୟର ଅନ୍ୟ ଉପାୟ ମିଳିବ। ଏହାସହ ସେମାନେ ଇନଫୋସିସରେ କାମ କରି ନିଜର ଇଚ୍ଛା ମଧ୍ୟ ପୂରଣ କରିପାରିବେ। ଗିଗ୍ ଜବ୍ସ ହେଉଛି ସେହି କାମ ଯାହା ଅଧିକ ସମୟ ପାଇଁ ହୋଇନଥାଏ। ଯେମିତିକି ରାଇଡ ସେୟାରିଂ । କାହା ଘରର ଇଣ୍ଟିରିୟର ଡିଜାଇନ କରିବା, କୋଚିଂ ଦେବା, ଫିଟନେସ ଟ୍ରେନିଂ ଦେବା ଆଦି।

Comments are closed.