ଇମେଲ ଆଇଡି ପ୍ରଘଟ ଘଟଣାରେ ଭୁଲ ସ୍ୱୀକାର କଲା ଫେସବୁକ

ନୂଆଦିଲ୍ଲୀ : ଫେସବୁକ ଏନଆଇସି ବୁଧବାର ନିଜର ଅଜାଣତରେ ହୋଇଥିବା ଏକ ଭୁଲକୁ ସ୍ୱୀକାର କରିଛନ୍ତି। ଫେସବୁକ ମେ ୨୦୧୬ ପରେ ୧୫ ଲକ୍ଷ ଇମେଲ ଆଇଡି ଅଜାଣତରେ ଅପଲୋଡ କରିଥିବା କହିଛି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ସୂଚନା ପ୍ରସାରଣ କରିବା ଏକ ବଡ ସମସ୍ୟା ଦେଖାଦେଇଛି। ଏହାର ପୂର୍ବରୁ ମାର୍ଚ୍ଚରେ କମ୍ପାନୀ ପ୍ରଥମ ଥର ପାଇଁ ସାଇନଅପ କରିବାକୁ ଥିବା ବ୍ୟବହାରକାରୀଙ୍କୁ ଇମେଲରେ ପାସୱାର୍ଡ ଯାଞ୍ଚ କରିବା ବନ୍ଦ କରିଥିଲା।
ଅନ୍ୟରେ ଫେସବୁକ ସୂଚନା ଅନୁସାରେ ସମସ୍ତ ଇମେଲ ଆକାଉଣ୍ଟକୁ କାହାକୁ ସେୟାର କରାଯାଇନାହିଁ। ଏହାକୁ ତୁରନ୍ତ ହଟେଇବା ପାଇଁ କାର୍ଯ୍ୟ କରୁଥିବା ଫେସବୁକ କହିଛି। ଯେଉଁମାନଙ୍କର ଇମେଲ ଡାଉନଲୋଡ କରାଯାଇଛି ସେମାନଙ୍କୁ ତାହାର ସୂଚନା ଦିଆଯିବ। ବିଜନେସ ଇନସାଇଡର ରିପୋର୍ଟ ଅନୁସାରେ ଯେଉଁ ସମୟରେ ଫେସବୁକ ବ୍ୟବହାରକାରୀ ନିଜର ଆକାଉଣ୍ଟ ଖୋଲୁଥିଲେ କମ୍ପାନୀ ସେମାଙ୍କ ବିନା ଅନୁମତି କିମ୍ବା ସୂଚନାରେ ଇମେଲ ସଂଯୋଗ କରିଥିଲା। ପୂର୍ବବର୍ଷ ଲଣ୍ଡନର କେମ୍ବ୍ରିଜ ଏନଲାଟିକା ଦ୍ୱାରା ଫେସବୁକରୁ ଡାଟା ଚୋରି କରିଥିବା ସୂଚନା ମିଳିଥିଲା। ପରେ ସାରା ବିଶ୍ୱରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ପରେ ଏହାକୁ ନେଇ ତଦନ୍ତ ହୋଇଥିଲା, ଯାହାକୁ ନେଇ ମାର୍କ ଜୁକରବର୍ଗ କ୍ଷମା ପ୍ରାର୍ଥନା କରିଥିଲେ।

Comments are closed.