ପରିତ୍ୟକ୍ତ କୂଅରୁ ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ

ଜି.ଉଦୟଗିରି:ଶୁକ୍ରବାର ସକାଳୁ କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ଫୁଲବାଣୀ ବନଖଣ୍ଡ କରଡ଼ା ବନାଞ୍ଚଳରେ ବନ ବିଭାଗ ପକ୍ଷରୁ ଏକ ପରିତ୍ୟକ୍ତ କୂଅରୁ ହାତୀ ଛୁଆକୁ ଉଦ୍ଧାର କରାଯାଇଛି।
ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନଞ୍ଜଳର ବଡବାରବା ଘଞ୍ଚ ଜଙ୍ଗଲରେ ହାତୀପଲ ଚଳପ୍ରଚଳ କରୁଥିବା ବେଳେ ଜଙ୍ଗଲ ପାଖ ପଳାସପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ୪/୫ ବର୍ଷର ଅଣ୍ଡିରା ହାତୀ ଛୁଆ ଖସି ପଡିଥିବା ନେଇ ଗ୍ରାମବାସୀ ଜାଣି ପାରି ନିକଟସ୍ଥ ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କୂଅ ଭିତରେ ଫସି ରହିଥିବା ହାତୀ ଛୁୁଆକୁ କଦଳୀ ଓ ପଣସ ଏକ ବାଡି ସାହାଯ୍ୟରେ ବାନ୍ଧି ଖାଇବାକୁ ଦେଇଥିଲେ। ଦୀର୍ଘ ପାଞ୍ଚ ଘଣ୍ଟା କାଳ ପରିଶ୍ରମ କରି ବନବିଭାଗ ପକ୍ଷରୁ କୂଅ ସାଇଡ଼ରେ ହିଟାଚି ମେସିନ୍ ସାହାଯ୍ୟରେ ମାଟି ଖୋଳି ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା ଏବଂ ହାତୀ ଛୁଆଟି ଜଙ୍ଗଲ ମଧ୍ୟକୁ ମନଖୁସିରେ ଚାଲିଯାଇଥିଲା। ହାତୀ ଛୁଆକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ।

Comments are closed.