ନୀଳଗିରିରେ ଝାଡଖଣ୍ଡି ହାତୀପଲ ; ବ୍ୟାପକ ଫସଲ ନଷ୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲାର ନୀଳଗିରିକୁ ଝାଡ଼ଖଣ୍ଡି ହାତୀପଲ ପ୍ରବେଶ କରିଥିବା ସୋମବାର ଜଣାପଡ଼ିଛି। ହାତୀପଲରେ ପ୍ରାୟ ଏମାନଙ୍କ ମଧ୍ୟରେ ୫ ଦନ୍ତାହାତୀ, ୭ ଛୁଆଙ୍କ ସମେତ ୪୨ଟି ହାତୀ ରହିଛନ୍ତି। ହାତୀପଲ ଉକ୍ତ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ୱର ନୀଳଗିରିରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ହାତୀପଲଙ୍କ ଉତ୍ପାତ ନେଇ ସ୍ଥାନୀୟଲୋକେ ବନ ବିଭାଗକୁ ଖବର ଦେବା ପରେ, ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବା ନେଇ ସୂଚନା ମିଳିଛି।

Comments are closed.