ଏକାସହ ନଦୀ ପାର ହେଉଛନ୍ତି ହାତୀପଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି କେତେକ ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ମନ ପ୍ରସନ୍ନ ହୋଇଯାଏ। ଏବେ ଏଭଳି ହିଁ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଯେଉଁ ଥିରେ ଦେଖିବାକୁ ମିଳୁଛି ହାତୀମାନଙ୍କର ଏକ ଦଳ ଏକାସହ ପାଣିରେ ବୁଡି ଉଠି ଯାଉଛନ୍ତି।
ଜଣେ ବ୍ୟକ୍ତି ଟ୍ୱିଟରେ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି। ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି, ଏକ ପୋଖରୀ କୂଳରେ ହାତୀଙ୍କ ଦଳ ପହଞ୍ଚି ଗୋଟିଏ ପରେ ଗୋଟିଏ ସମସ୍ତେ ପାଣି ଭିତରକୁ ଯାଉଛନ୍ତି।
କିଛି ସମୟ ପରେ ହାତୀମାନେ ସେହି ପୋଖରୀ ଭିତରୁ ଜଣ ଜଣ କରି ଆର ପଟ କୂଳକୁ ଯାଉଛନ୍ତି। ଏହି ଦୃଶ୍ୟ ଏଭଳି ସୁନ୍ଦର ଓ କୌତୁକିଆ ଯେ ଯାହାକୁ ଦେଖି ସମସ୍ତେ ଆନନ୍ଦ ବିଭୋର ହୋଇଯିବେ। ଏହି ଭିଡ଼ିଓଟିକୁ ଦେଖିବାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

 

Comments are closed.