ବନବୀର ଜଙ୍ଗଲରେ ୧୦ ଟିକିଆ ହାତୀପଲ ; ଲୋକେ ଆତଙ୍କିତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଦମାହୁଦା ବିଟ ଅନ୍ତର୍ଗତ ବନବିର ଜଙ୍ଗଲରେ ଡେରା ପକାଇଛନ୍ତି ୧୦ ଟିକିଆ ହାତୀପଲ । ଏହି ହାତୀପଲ ଆଖପାଖ ଚାଷ ଜମିରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଦିନ ବେଳା ଏହି ହାତୀପଲ ଜଙ୍ଗଲ ଭିତରେ ରହୁଥିବା ବେଳେ ନଦୀ ପାର ହୋଇ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲେ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡୁଛନ୍ତି । ଏହି ହାତୀପଲ ଏବେ ତେଲ ନଦୀ ପାରକରି ମୟୁରଭଞ୍ଜ ଜିଲ୍ଲାର ଚତିରିସାହି ଜଙ୍ଗଲରେ ଡେରା ପକାଇ ଥିବା ବେଳେ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି ।

Comments
Loading...