ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

ଦେବଗଡ : ଦେଗଡ ଜିଲା ବିରିଆମ ନାଳରେ ପଡ଼ି ଗୁରୁତର ହୋଇଥିବା ଓ ଚିକିତ୍ସାଧୀନ ଅବସ୍ଥାରେ ଥିବା ମାଈ ହାତୀର ମୃତ୍ୟୁ ହୋଇଥିବା ସୋମବାର ଜଣାପଡିଛି। କିଛି ଦିନ ତଳେ ଉକ୍ତ ହାତୀଟି ନାଳରେ ପଡି ଗୁରୁତର ହୋଇଥିଲା। ଏହାପରେ ହାତୀଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି। ପ୍ରାୟ ସପ୍ତାହେ ହେବ ଡାକ୍ତରୀ ଦଳ ଦ୍ୱାରା ହାତୀଟିର ଚିକିତ୍ସା କରାଯାଉଥିଲା।

 

Comments are closed.