ପୁଣି ବିନିକାରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାର ବିନିକାରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖା ଦେଇଥିବା ଶନିବାର ଜଣାପଡ଼ିଛି। ପ୍ରାୟ ୪୦ ଟିକିଆ ହାତୀପଲ ପାଲିପଡା,ଉର୍ଲେ,ପାପକ୍ଷୟ,ରହିଲା ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି। ଶହ ଶହ ଏକର ପାଚିଲା ଧାନ ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲଙ୍କ ଉପଦ୍ରବ କାରଣରୁ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି।

Comments are closed.