କୁଲଡିହାରେ ମାଈ ହାତୀର ମୃତ୍ୟୁ

ନୀଳଗିରି: ବାଲେଶ୍ଵର ଜିଲାର ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। କୁଲଡ଼ିହା-୨ ବିଟ ଅଧୀନ ମୁଖଚତୁରୀ ପାର୍ଶ୍ୱସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖି ଗୁରୁବାର ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀମାନେ ବିଭାଗକୁ ଅବଗତ କରିଥିଲେ। ଖବରପାଇ ବାରିପଦା ଆରସିସିଏଫ ୱାଇ ଯୋଗାନନ୍ଦ, ଶିମିଳିପାଳ ଉପନିର୍ଦେଶକ ଯଜ୍ଞଦତ୍ତ ପତି, ଡା. ପୀୟୂଷ ସୋରେନ, ଡା. ବିଶାଖା, ନୀଳଗିରି ବିଭିଓ ଡା. ତପନ ଦ୍ବିବେଦୀ, ବାଲେଶ୍ଵର ଏସିଏଫଓ ଶରତ ଚନ୍ଦ୍ର ବେହେରା, ସମୀର ସାହୁ, ତପନ ପରିଡ଼ା, କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଫରେଷ୍ଟର ଉମାକାନ୍ତ ଜେନା, ନରେଶ ସିଂ ପ୍ରମୁଖ ସେଠାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ମାଈ ହାତୀଟି ପାଣି ପିଇବାକୁ ଉକ୍ତ ନାଳ ପାଖକୁ ଯାଇ ଥାଇପାରେ ଏବଂ ବୟସ ଅଧିକ ହୋଇଥିବା ଯୋଗୁଁ ଗୋଡ଼ ଖସି ସେଠାରେ ମୃତ୍ୟୁ ଘଟି ଥାଇପାରେ ବୋଲି କୁହାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ହାତୀଟିକୁ ଜଙ୍ଗଲରେ ପୋଡ଼ି ଦିଆଯାଇଛି।