ବିନିକାରେ ୩୦ ହାତୀଙ୍କ ଉପଦ୍ରବ: ୧୦ ଏକର ଜମିର ଫସଲ ନଷ୍ଟ

ବିନିକା: ବିନିକା ଅଂଚଳରେ ଆତଙ୍କରାଜ ଚଳାଇଛନ୍ତି ୩୦ ଟିକିଆ ହାତୀପଲ। ହାତୀପଲ ବିନିକା ଅଂଚଳର ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଦେଇଛନ୍ତି। ଏହି ହାତୀପଲ ଦ୍ୱାରା ପ୍ରାୟ ୧୦ ଏକର ଫସଲ ନଷ୍ଟ ହୋଇଥିବା ଜଣାଯାଇଛି। ସିନ୍ଦୁରପୂର, ଗଣେଶପୁର, ଝାରପଡା, କେଉଟପଡା ଆଦି ସ୍ଥାନରେ ଉପଦ୍ରବ ଚଳାଇଛନ୍ତି ଏହି ହାତୀପଲ। ହାତୀପଲଙ୍କ ଦୋରାତ୍ମ୍ୟରେ ବିନିକା ଅଂଚଳର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ହାତୀପଲ ଜମିରେ ହୋଇଥିବା ଫସଲ ଓ ପନିପରିବା ଖାଇବା ସହିତ ଦଳଚକଟି ନଷ୍ଟ କରିଦେଉଛନ୍ତି। ତାହାସହିତ ଜନବସତି ମଧ୍ୟକୁ ପଶିଆସିବା ଦ୍ୱାରା ଧନଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

Comments are closed.