ବାରହା ପାଇଁ ବିଛାଯାଇଥିବା ୩୩ କେଭି ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ

ବରଗଡ: ଆମ୍ବାଭୋନା ବ୍ଲକ ଗଙ୍ଗେଇ ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାଅନୁସାରେ ଗଙ୍ଗେଇ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ଯୀଗେଶ୍ବର ଦୁଆନଙ୍କ ଧାନକ୍ଷେତରେ ବାରହା ଫାଶ ପାଇଁ ବିଛାଯାଇଥିବା ୩୩ କେଭି ବିଦ୍ୟୁତ ତାର ଲାଗି ଏକ ଦନ୍ତାଦାତୀର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଇଛାପୁର ବିଟ ଅଞ୍ଚଳରୁ ହାତୀ ପାର ହେଉଥିବା ବେଳେ ଗଙ୍ଗେଇ ଗ୍ରାମର ଏକ ଚାଷ ଜମିରେ ବେଆଇନ ଭାବେ ଯାଇଥିବା ବିଦ୍ୟୁତ ତାର ଲାଗି ଯିବାରୁ ହାତୀ ମୃତ୍ୟୁ ଘଟିଛି। ବରଗଡ ଡିଏଫଓ ଏହି ଘଟଣାରେ ସୂଚନାଦେଇ କହିଛନ୍ତି ପୋଷ୍ଟମର୍ଟମ ପରେ ହାତୀମୃତ୍ୟୁର କାରଣ ସ୍ପଷ୍ଟ ହେବ।

Comments are closed.