ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବନଖଣ୍ଡ ପାଟକମୁଣ୍ଡା ଗ୍ରାମର ଧାଙ୍ଗୁରମୁଣ୍ଡା କୋଠଘର ନିକଟରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ବାରମଞ୍ଚା ଗ୍ରାମର ହୃଷିକେଶ ନାୟକ।
ସୂଚନା ଅନୁଯାୟୀ, ହୃଷିକେଶ ଅପରାହ୍ନରେ ଘରେ ଥିବା ଲୁହା କୃଷି ସାମଗ୍ରୀଗୁଡ଼ିକୁ ଶାଣ କରି ପାଟକମୁଣ୍ଡା ତେବୁଡ ଗ୍ରାମରୁ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ହଠାତ୍ ଏକ ଦନ୍ତା ହାତୀ ସହ ତାର ମୁହାଁମୁହିଁ ହୋଇ ଯାଇଥିଲେ। ଫଳରେ ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିଲା । ଏପରିକି ମାରି ସାରିବାପରେ ହାତୀଟି ଗ୍ରାମ ନିକଟରେ ଦୀର୍ଘ ସମୟ ମଧ୍ୟ ରହିଥିଲା। ଘଟଣା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ଖବର ପାଇ ବନବିଭାଗର ହାତୀସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Comments are closed.