ଗଣ୍ଡା ଛୁଆକୁ ମା’ହାତୀର ଆଦର ; ଭିଡ଼ିଓ ହେଉଛି ଭାଇରାଲ

ବହୁ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ସଭିଁଙ୍କ ମନ ଖୁସିରେ ଭରିଯାଏ। ଏପରି ହିଁ ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି ,ଯେଉଁଥିରେ ଏକ ହାତୀ ଏକ ଗଣ୍ଢା ଛୁଆଙ୍କୁ ସ୍ନେହ ଓ ଭଲପାଇବାର ଦୃଶ୍ୟ ଦେଖିବାକୁ ମିଳୁଛି।
ଜଣେ ଭାରତୀୟ ବନ୍ୟ ଅଧିକାରୀ ନିଜ ଟ୍ୱିଟରରେ ଏହି ଭିଡ଼ିଓଟିକୁ ପୋଷ୍ଟ କରିଛନ୍ତି। ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖିବାକୁ ମିଳୁଛି, ଗୋଟିଏ ହାତୀ ଏକ ଛୋଟ ଗଣ୍ଢାକୁ ଶୁଣ୍ଢରେ ଗେହ୍ଲା କରୁଥିବା ଦେଖାଯାଉଛି। ଦୁହେଁ ଏକ ପୋଖରୀ କୂଳରେ କାଦୁଅ ନିକଟରେ ଠିଆ ହୋଇଛନ୍ତି। ପ୍ରଥମେ ହାତୀ ଗଣ୍ଢା ନିକଟରେ ପହଂଚି ତା ନିକଟରେ ଠିଆ ହୋଇଯାଇଥିଲା। ନିଜ ଶୁଣ୍ଢକୁ ଗଣ୍ଢା ଉପରେ ରଖି ଖେଳୁଛି।ଏହାପରେ ଆଉ ଏକ ଗଣ୍ଢା ତା’ନିକଟକୁ ଯାଇ ଠିଆ ହୋଇଛି। ବର୍ତମାନ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି।

Comments are closed.