ଖୋର୍ଦ୍ଧା ସହରରେ ପଶିଲେ ଦୁଇ ଦନ୍ତା

ନଷ୍ଟ ହେଉଛି ଜଙ୍ଗଲ, ଖାଦ୍ୟ ଅନ୍ୱେଷଣରେ ସହରରେ ପଶୁଛନ୍ତି ଜଙ୍ଗଲି ଜନ୍ତୁ

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ଦ୍ୱିତୀୟ ଥର ଜଙ୍ଗଲି ହାତୀ ପ୍ରବେଶ କରିଛି। ସହରରେ ହାତୀ ପ୍ରବେଶ କରିବା ଫଳରେ ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆଖି ବିଭାଗ ନିକଟରେ ଘୁରି ବୁଲୁଥିବାର ଦୃଶ୍ୟ ଦେଖି ଡାକ୍ତରଖାନା କର୍ମଚାରୀଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟମାନେ ଭୟବିତ ହୋଇ ପଡିଛନ୍ତି। ତେବେ ସହର ମଧ୍ୟରେ ହାତୀ ପ୍ରବେଶ କରିବା ନେଇ ଚିକିତ୍ସାଳୟ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରଥମେ ଖୋର୍ଦ୍ଧା ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଓ ଖୋର୍ଦ୍ଧା ପୁଲିସ ଘଟଣା ସ୍ଥଳରେ ପଂହଚି ହାତୀଙ୍କୁ ସହର ମଧ୍ୟରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାତୀ ଦ୍ୱୟ ହଟିବା ପରିବର୍ତ୍ତେ ଚିକିତ୍ସାଳୟ ପରିସରରେ ଥିବା ଔଷଧ ବଗିଚା ପରିସରରେ ଲୁଚି ରହିଥିଲେ। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କ ଜୀବନ ରକ୍ଷା କରିବା ନେଇ ବହୁ ଚେଷ୍ଟା କରିବା ପରେ ଦନ୍ତା ହାତୀ ଦ୍ୱୟ ଖୋର୍ଦ୍ଧା ଉପକଣ୍ଠ ଜରିପୁଟ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି। ଏପରିକି ଜରିପୁଟ ପରେ ଏବେ ଦୁଇ ବାଟବଣା ଦନ୍ତା କାଇପଦର ଜଙ୍ଗଲରେ ଥିବା ଅନ୍ୟ ୨୫ଟିକିଆ ହାତୀ ପଲଙ୍କ ସହିତ ମିଶିଛନ୍ତି। ତେବେ ଖୋର୍ଦ୍ଧା ସହରରେ ହାତୀ ପଲ ପଶିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି।

ସୂଚନା ଯୋଗ୍ୟ, ଗତ ୨୦୧୫ ମସିହାରେ ଏକ ହାତୀ ପଲ୍ଲ ଚନ୍ଦକାରୁ ଆସି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ତରତୁଆ ଓ ମୁଖ୍ୟ ଡାକ୍ତରଖାନା ମଧ୍ୟବର୍ତୀ ଅଂଚଳରେ ପଶିଥିଲେ। ତେବେ ଜିଲାରେ ଦ୍ରୁତ ଗତିରେ ଜଙ୍ଗଲ ଓ ଚାଷ ଜମିରେ ବିରାଟକାୟ କୋଠା ନିର୍ମାଣ ହେବାରୁ ଜଙ୍ଗଲ ନଷ୍ଟ ହେଉଛି। ଫଳରେ ଜିଲାରେ ଥିବା ଏକମାତ୍ର ଚନ୍ଦକା ଜଙ୍ଗଲକୁ ଚୋରା କାଠ ମାଫିଆମାନେ କାଠ ଚୋରି କରି ନେବାରୁ ଜଙ୍ଗଲ ଏକ ପ୍ରକାର ଧ୍ୱଂସାବସ୍ଥଳୀରେ ପରିଣତ ହେବାକୁ ବସିଲାଣି। ଜଙ୍ଗଲ ଧ୍ୱଂସ ହେବା ଦ୍ୱାରା ଜିଲାରେ ଥିବା ଏକମାତ୍ର ଚନ୍ଦକା ବନ୍ୟପ୍ରାଣୀ ଜଙ୍ଗଲରେ ଖାଦ୍ୟ ଅଭାବ ଦେଖା ଦେଇଥିବାରୁ ଏବେ ବନ୍ୟନନ୍ତୁଙ୍କ ଖାଦ୍ୟାଭାବ ହେଲାଣି। ଫଳରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲି ଜନ୍ତୁମାନେ ନିକଟସ୍ଥ ଗାଁ ତଥା ସହରକୁ ଖାଦ୍ୟ ଅନ୍ୱଷଣରେ ଜାଉଛନ୍ତି। ତେଣୁ ଜଙ୍ଗଲି ଜନ୍ତୁଙ୍କ ସୁରକ୍ଷା ନେଇ ସରକାର ତଥା ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏପରିକି ଜଙ୍ଗଲି ଜନ୍ତୁଙ୍କ ସୁରକ୍ଷା ନେଇ ରାଜ୍ୟ କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଲେ ନିରିହ ଜୀବ କିମ୍ବା ସାଧାରଣ ଲୋକଙ୍କ ଜୀବନ ବଂଚି ରହିବା ସହିତ ଜଙ୍ଗଲି ଜନ୍ତୁଙ୍କ ବଂଶ ରକ୍ଷା ହୋଇପରିବ ବୋଲି ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ତେଣୁ ପ୍ରଶାସନ ସମେତ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦୃଢ ଦାବୀ ହେଉଛି। ଏ

ନେଇ ଜିଲା ବନଖଣ୍ଡ ଅଧିକାର ସମ୍ୟେକ ସାମନ୍ତରାୟ କୁହନ୍ତି, ଚନ୍ଦକା ଜଙ୍ଗଲରୁ ଆସିଥିବା ୨୭ ହାତୀ ପଲ୍ଲଙ୍କ ମଧ୍ୟରୁ ଦୁଇଟି ଦନ୍ତା ହାତୀ ବାଟବଣା ହୋଇ ଖୋର୍ଦ୍ଧା ସହରର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଔଷଧ୍ୟ ବଗିଚା ମଧ୍ୟରେ ରହିଯାଇଥିଲେ। ହେଲେ ଆମେ ଚିକିତ୍ସାଳୟର କର୍ମଚାରୀ ଓ ପୁଲିସ ବିଭାଗ କର୍ମଚାରୀଙ୍କଠାରୁ ଖବର ପାଇ ଦୁଇ ଦନ୍ତାଙ୍କୁ ସହର ମଧ୍ୟରୁ ବାହର କରିଦେଇଛି। ଏପରିକି ଦନ୍ତା ଦ୍ୱୟ ଜରିପୁଟ ଜଙ୍ଗଲ ଦେଇ ଏବେ କାଇପଦର ନିକଟ ଜଙ୍ଗଲରେ ହାତୀ ପଲଙ୍କ ସହିତ ମିଶିଛନ୍ତି। ତେଣୁ ଏମାନଙ୍କୁ ଚନ୍ଦକା ଜଙ୍ଗଲକୁ ଫେରାଇ ନେବା ପାଇଁ ଚେଷ୍ଟା କରୁଛୁ।

Comments are closed.