ମରାପତ୍ରାରେ ହାତୀ ଉପଦ୍ରବ ; ଧାନ ଫସଲ ନଷ୍ଟ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଅନ୍ତର୍ଗତ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତର ଗଣ୍ଡାକୋନା ଗ୍ରାମର ଧାନ କ୍ଷେତରେ ଗତ ରାତିରେ ବଣୂଆଁ ହାତୀପଲ ପଶି ପ୍ରାୟ ୨୦ ଏକର ଧାନ ଫସଲ ମାଡି ଦଳି ଛାରଖାର କରି ଦେଇଛନ୍ତି। ହାତୀପଲର ଉପଦ୍ରବ ଯୋଗୁଁ ପୂର୍ଣଚନ୍ଦ୍ର ଭୋଇ, ପଦ୍ମନାଭ ଭୋଇ ପ୍ରମୁଖ ଚାଷୀଙ୍କ ବ୍ୟୟ ବହୁଳ କଷ୍ଟଦାୟକ ଫସଲ ନଷ୍ଟ ହୋଇଯାଇ ବ୍ୟାପକ କ୍ଷତି  ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

Comments are closed.