ବନ୍ଧପାଲି ଚାଷୀଙ୍କ ଜମିରେ ଛିଣ୍ଡିଛି ବିଦ୍ୟୁତ ତାର

କଣ୍ଟାମାଳ : ଗତ ଦୁଇ ସପ୍ତାହ ତଳେ ହୋଇଥିବା ଘୂର୍ଣ୍ଣିବାତ୍ୟାରେ କଣ୍ଟାମାଳ ଦେଉଲଡୁଙ୍ଗୁରୀ, ବନ୍ଧପାଲି, ଉଦେପୁର ଆଦି ସ୍ଥାନରେ ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ସହ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଏହି ଛିଣ୍ଡା ବିଦ୍ୟୁତ ତାରଗୁଡିକରୁ ବିଦ୍ୟୁତ ସରବହରାହ ଛିନ୍ନ କରାଯାଇଥିଲେ ହେଁ ବିଦ୍ୟୁତ ତାର ଗୁଡିକ ଚାଷୀଙ୍କ ଚାଷ ଜମିରେ ପଡି ରହିଥିବାରୁ ଚାଷୀ ଜମିକୁ ପାଦ ମାଡି ପାରୁନଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟୁତ ତାର ଚାଷ ଜମିରୁ ହଟାଇ ଖୁଣ୍ଟରେ ସଂଯୋଗ କରିବା ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗକୁ ବାରମ୍ବାର କହୁଥିଲେ ହେଁ କୌଣସି ପ୍ରତିକାର ହେଉ ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଟାଟା କମ୍ପାନୀ ବିଦ୍ୟୁତ ବଣ୍ଟନ ନେବା ପରେ ଏଯାବତ ଆବଶ୍ୟକ କର୍ମଚାରୀ ଦେଉନଥିବାରୁ ଏଭଳି ସମସ୍ୟା ଲାଗି ରହିଛି ବୋଲି ବିଦ୍ୟୁତ ବିଭାଗ ସଫେଇ ଦେଉଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ସହ ଆସନ୍ନ ଚାଷ ନେଇ ଚାଷୀ ଛିଣ୍ଡା ତାର ଗୁଡିକୁ ତୁରନ୍ତ ହଟାଇବାକୁ ଦାବୀ କରିଛି।

Comments are closed.