ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି ବିଦ୍ୟୁତ ଖୁଣ୍ଟ

ବୌଦ୍ଧ : ବିଦ୍ୟୁତ ଖୁଣ୍ଟ ଅର୍ଦ୍ଧନିର୍ମିତ ଅବସ୍ଥାରେ ଓ ମୁଣ୍ଡେ ଉଚ୍ଚରେ ରହିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର କିନ୍ତୁ ବିଦ୍ୟୁତ ବିଭାଗ ବେଫିକର୍। ଏଭଳି ଅଭିଯୋଗ ଆସିଛି ବୌଦ୍ଧ ବ୍ଲକ୍ ବଢିଗାଁ ଗ୍ରାମ ପଞ୍ଚାୟତର ଯୋଗୀ ଭୋଗରା ଗ୍ରାମରୁ । ଗ୍ରାମ ଦେଇ ଯାଇଥିବା ବିଦ୍ୟୁତ ତାରର ଲୁହା ଖମ୍ବ ଦୀର୍ଘ ଦିନରୁ ଢଳି ରହିଛି । କେତେବେଳେ ମଣିଷ କିମ୍ବା ଗୃହପାଳିତ ପଶୁ ମାନଙ୍କ ଉପରେ ପଡି ଧନ ଜୀବନକୁ କ୍ଷତି ନ ପହଞ୍ଚାଇବ କେହି କହି ପାରିବେ ନାହିଁ । ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗର ପଦାଧିକାରୀମାନଙ୍କୁ ସୂଚନା ଦେଇ ଆସୁଥିବା ସତ୍ବେ ସେମାନେ ଏ ସମ୍ପର୍କରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ ଗୋଟିଏ ମାଙ୍କଡ ଏ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ବେଫିକର୍ ରହୁଥିବାରୁ କୌଣସି କ୍ଷୟକ୍ଷତି ପାଇଁ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Comments are closed.