୨୦୧୭-୧୮ରେ ବିଜେଡିର ନିର୍ବାଚନୀ ଚାନ୍ଦା ୧୩ କୋଟି

ଭୁବନେଶ୍ୱର: ନିର୍ବାଚନୀ ଚାନ୍ଦା ନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ୪୮ଟି ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ସର୍ବାଧିକ ୧୩.୦୪ କୋଟି ନିର୍ବାଚନୀ ଚାନ୍ଦା ପାଇଥିବା ବେଳେ ଜେଡିୟୁ ୧୧.୧୯କୋଟି ଓ ୱାଇଏସଆର କଂଗ୍ରେସ ୮.୩୫ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ପାଇଛନ୍ତି।

୨୦୧୭-୧୮ ବର୍ଷରେ ବିଜେଡି ଏବି ଜେନେରାଲ ଇଲୋକ୍ଟରାଲ ଟ୍ରଷ୍ଟ ଓ ପ୍ରୁଡେଣ୍ଟ ଇଲୋକ୍ଟରାଲ ଟ୍ରଷ୍ଟଠାରୁ ୬ଟି ଚେକରେ ୧୩.୦୪ କୋଟି ନିର୍ବାଚନୀ ଚାନ୍ଦା ପାଇଛି। ୧୭ଟି ଆଞ୍ଚଳିକ ଦଳ ନିର୍ବାଚନୀ ଚାନ୍ଦା ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରି ନ ଥିବା ବେଳେ ବିଜେଡି, ଜେଡିୟୁ ଓ ୱାଇଏସଆର କଂଗ୍ରେସକୁ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୩୨.୫୮ କୋଟି ଟଙ୍କାର ଚାନ୍ଦା ମିଳିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଆଞ୍ଚଳିକ ଦଳଗୁଡ଼ିକ ୨୮୨୪ଜଣ ଦାତାଙ୍କଠାରୁ ୫୪.୮୧ କୋଟି ଟଙ୍କା ଚାନ୍ଦା ପାଇଛନ୍ତି।

ଆମ୍ ଆଦମୀ ପାର୍ଟିକୁ ୮.୩୫ କୋଟି ଟଙ୍କା ମିଳିଛି ଯେଉଁଥିରେ ବିଦେଶରୁ ୪୧.୬୦ଲକ୍ଷ ଟଙ୍କା ରହିଛି।

Comments are closed.