ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ୍

ନୂଆଦିଲ୍ଲୀ :  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି । ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ।
ଅମିତ ଶାହା, ରାଜନାଥ ସିଂ ଓ ସ୍ମୃତି ଇରାନୀଙ୍କ ଭଳି କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦବୋଧନ ଦେଇଛନ୍ତି । ସେହିପରି ବିଜେପି ସଭାପତି ଜେ.ପି. ନଡ୍ଡା, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ବିଜେପି ପାଇଁ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପାର୍ଟିର ବରିଷ୍ଠ ନେତା ମନୀଷ ସିଶୋଦିଆ ନିର୍ବାଚନ ସଭା ଓ ରୋଡ୍ ଶୋ’ ମାନ କରୁଛନ୍ତି । ଦିଲ୍ଲୀ କଂଗ୍ରେସ ସଭାପତି ସୁଭାଷ ଚୋପ୍ରା ଓ ପାର୍ଟିର ବରିଷ୍ଠ ନେତା ଅଜୟ ମାକନ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍‍ବୋଧନ ଦେଉଛନ୍ତି ।

Comments are closed.