ଆସାମ ଓ ପଶ୍ଚିମବଙ୍ଗରେ ପ୍ରଚାର ଜୋରଦାର

ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତା ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ଭୋଟ୍‍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେପି ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ରାଜ୍ୟଶାଖା ବିଜେପି ସଭାପତି ରଞ୍ଜିତ କୁମାର ଦାସ ଓ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନ୍‍ଡିଏ ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍‍ ଜ୍ୟୋତି ଗୋଗେଇ, ଏଆଇୟୁଡିଏଫ୍‍ ସଭାପତି ବଦ୍‍ରୁଦିନ ଅଜମଲ, ରାଜ୍ୟ କଂଗ୍ରେସ ସଭାପତି ରିପୁନ୍‍ ବୋରା ଓ ଅନ୍ୟ ବରିଷ୍ଠ ନେତାମାନେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ଆସାମର ୪୦ଟି ଆସନ ପାଇଁ ମଙ୍ଗଳବାର ଭୋଟ୍‍ ଗ୍ରହଣ ହେବ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଦକ୍ଷିଣ ୨୪ପ୍ରଗଣାର ୧୬ଟି ଆସନ ପାଇଁ ମଧ୍ୟ ଆସନ୍ତା ମଙ୍ଗଳବାର ଦିନ ଭୋଟ୍‍ ନିଆଯିବ। ୪୦ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ୧୨୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Comments are closed.