ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପ୍ରୀତିନନ୍ଦା

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ନିର୍ବାଚନରୁ ଓହରି ଯାଇଛନ୍ତି। ସେ ବିଜେଡି ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ଭୁବନେଶ୍ବର ଉତ୍ତର ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନୀ ଚିହ୍ନ ମିଳିବାରେ ବିଳମ୍ବ ହେବାରୁ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ପ୍ରୀତିନନ୍ଦା କହିଛନ୍ତି।

ଏହାସହ ସେ କହିଛନ୍ତି ଯେ, ନୂଆ ଚିହ୍ନରେ ପ୍ରଚାର ପତ୍ର ଛାପି ମାତ୍ର ୮ ରୁ ୯ ଦିନ ମଧ୍ୟରେ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ପହଞ୍ଚିବା ସମ୍ଭବ ହୋଇପାରିବ ନାହିଁ। ସେ ନିଜର ସମର୍ଥକଙ୍କ ସହ ଆଲୋଚନା କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ କୃତଜ୍ଞ ରହିବି ବୋଲି ପ୍ରୀତିନନ୍ଦା କହିଛନ୍ତି।

 

Comments are closed.