ରେଳମନ୍ତ୍ରୀଙ୍କୁ ଭେଟିଲେ ସ୍ବାଧୀନ ଏକତା ସଂଗଠନର ସଦସ୍ୟ 

ରେଙ୍ଗାଲି :  ରେଙ୍ଗାଲି ରେଳଷ୍ଟେସନ ଠାରେ ତିନୋଟି ରେଳ(ତପସ୍ବିନୀ ଏକ୍ସପ୍ରେସ , ଧନବାଦ ଆଲାପୁଜାଏକ୍ସପ୍ରେସ ଓ  ଇସ୍ପାତ ସୁପରଫ୍ଟାସ )ଶୀଘ୍ର  ଷ୍ଟପେଜ୍ କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ରେଲବାଇ ଦ୍ବାରା ତାରିଖ ଘୋଷଣା  ନ ହେବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି।
ଏହି ପରିପ୍ରେକ୍ଷୀରେ ସୋମବାର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ  ଝାରସୁଗୁଡାରେ ସାକ୍ଷାତ କରି ସ୍ବାଧୀନ ଏକତା ସଂଗଠନର ସଂପାଦକ ସରୋଜ କୁମାର ବିଶୋଇ ଓ ଉତ୍ତମ ବିଶ୍ବାଳ ଦାବି ପତ୍ର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରୀ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଟ୍ରେନ ପୂନଃ ରହଣୀ ହେବ ବୋଲି  ପ୍ରତିଶ୍ରୁତି ଦେଇ ଥିବା ପ୍ରକାଶ।

Comments are closed.