ପ୍ରଧାନୀଗୁଡାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ହେବାକୁ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସୂଚନା ଫଳକ ଉଦଘାଟନ ହୋଇଯାଇଛି। ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡାରେ ହେବାକୁ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ।
ଭିଡିଓ କନଫରେନ୍ସିଂରେ ବିଡ଼ିଓ ସୁଧାକର ରଇତ,ବ୍ଲକର ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ପଞ୍ଚାୟତ ପ୍ରତିନିଧି ସମେତ ବିଜେପି ଦଳୀୟ ନେତା କର୍ମୀ ସହ ରାଜ୍ୟ ବିଜେପି ଉପସଭାପତି ତଥା ମୁନିଗୁଡା ବ୍ଲକର ଜିଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା, ଜିଲା ପରିଷଦ ର ଅଧକ୍ଷ ଗଙ୍ଗାଧର ପୁଆଲା, ଜିଲା ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଗୁଡୁଲ୍ଲା ସନ୍ଦୀପ, ଜିଲା ସମ୍ପାଦକ  କୃଷ୍ଣ ଚନ୍ଦ୍ର ସାମଲ,ଶିକରପାଇ ମଣ୍ଡଳ ସଭାପତି ମୋନଜ କୁମାର ସେଠୀ, ଜିଲା କାର୍ଯ୍ୟକରିଣୀ ସଦସ୍ୟ ରାମାରାଓ କାଡ୍ର।କା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି  ସହିଦ ଆଦିବାସୀ ନେତା ବିର୍ଷା ମୁଣ୍ଡାଙ୍କ ଜନ୍ମ ତିଥିରେ ଆଦିବାସୀଙ୍କ ଶିକ୍ଷାର ଉନ୍ନତି ପାଇଁ ପ୍ରତ୍ୟେକ ଜିଲା ଓ ବ୍ଲକ ମାନଙ୍କ ଠାରେ ଗୋଟିଏ ଗୋଟିଏ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜିଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା କହିଛନ୍ତି ।

Comments are closed.