ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତବାସୀ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଜରିଆରେ ବିଦ୍ୟାଳୟର ଶୁଭଉଦଘାଟନ କରିଥିଲେ । ହେଲେ ଏହି ବିଦ୍ୟାଳୟ ପ୍ରଧାନୀଗୁଡାରେ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଅଞ୍ଚଳବାସୀ ତହସିଲଦାର ଦେବାଶିଷ କରଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ବିଦ୍ୟାଳୟକୁ ନାରାୟଣପୁର ପଞ୍ଚାୟତର ବଡତୋଡ୍ରା ମୌଜରେ ବିଦ୍ୟାଳୟ କରାଗଲେ ଅଞ୍ଚଳର ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇବେ ବୋଲି ଜିଲ୍ଲାପାଳ ସୋରାଜ କୁମାର ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ନାରାୟଣପୁର ସରପଞ୍ଚ ବିଜୟ ଲକ୍ଷ୍ମୀ ତିମାକା, ସୁବାସ ତିମାକା, ନିର୍ମଳା କାଡ୍ରାକା,ଧନସିଂ ତିମାକା, ପ୍ରଶାନ୍ତ କୌଶଲ୍ୟା,କୁମାର ସ୍ୱାମୀ କୌଶଲ୍ୟା,, ସିହେଚ ନଗେଶ୍ୱର ରାଓ, ତାରକେଶ୍ୱର ନିଶିକା ପ୍ରମୁଖ ଉପସ୍ଥିତ ରହି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଧାନୀଗୁଡା ଠାରେ ବିଦ୍ୟାଳୟ ହେଲେ ଅସୁବିଧା ହେବ, ତେଣୁ ନାରାୟଣପୁର ପଞ୍ଚାୟତରେ ବିଦ୍ୟାଳୟ କରାଗଲେ ସମସ୍ତ ସୁବିଧା ମିଳିପାରିବ ବୋଲି ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଓ ଘଟଣାର ତଦନ୍ତ କରିବା ସହ ସଠିକ୍‌ କାମ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.