ମସଲା ଅଣ୍ଡା

ଆବଶ୍ୟକ ସାମଗ୍ରୀ
ସିଝା ଅଣ୍ଡା – ୫ଟି
ଟମାଟୋ – ୨ଟି ( କଟା ହୋଇଥିବା)
ପିଆଜ – ୨ଟି ( କଟା ହୋଇଥିବା)
ଡ଼ାଲଚିନି – ଅଳ୍ପ
ଲବଙ୍ଗ – ଅଳ୍ପ
ଗୁଜୁରାତି – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ୧ ଚାମଚରୁ କମ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ତେଜପତ୍ର – ୨ଟି
ଅଦାରସୁଣ ବଟା – ୪ ଚାମଚ
ଗରମ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ସିଝା ଅଣ୍ଡାକୁ ଭାଜି ଦିଅନ୍ତୁ। ଅଣ୍ଡା ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଏଥିରେ ତେଜପତ୍ର, ଅଦା ରସୁଣ ବଟା, ପକାଇ କଷନ୍ତୁ। କିଛି ସମୟ ପରେ ଟମାଟୋ ପକାଇ ଭାଜନ୍ତୁ। ଏହାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଭାଜିଥିବା ଅଣ୍ଡାକୁ ପକାଇ ସାମାନ୍ୟ ପାଣି ଦେଇ କିଛି ସମୟ ଗ୍ୟାସରେ ବସାନ୍ତୁ। ଗୁଜୁରାତି, ଲବଙ୍ଗ, ଡ଼ାଲଚିନିକୁ ଗୁଣ୍ଡ କରି ଏଥିରେ ପକାଇ ଗୋଳାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ଅଳ୍ପ ଧନିଆ ପତ୍ର ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଅଣ୍ଡା।

Comments are closed.