ଆଳୁ ଏଗ୍‍ ବଲ୍ସ

ଆବଶ୍ୟକ ସାମଗ୍ରୀ
ଆଳୁ – ୫ଟି
ଅଣ୍ଡା – ୨ଟି
କଟା କଞ୍ଚାଲଙ୍କା – ୨ଟି
ମଇଦା – ୨ଚାମଚ
ପାଉଁରୁଟିର ମାଟିଆ ଅଂଶ – ୫ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଳୁକୁ ଭଲ ଭାବେ ଆଳୁ କଟରରେ କୋରି ଦିଅନ୍ତୁ। ଏବେ ଏହି କୋରା ଆଳୁରେ ଅଣ୍ଡା ଭାଙ୍ଗି ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଏଥିରେ ମଇଦା, ପାଉଁରୁଟିର ମାଟିଆ ଅଂଶ, କଞ୍ଚାଲଙ୍କା, ଲୁଣକୁ ଭଲ ଭାବେ ପୁଣି ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖିଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ମିଶ୍ରଣରୁ ହାତରେ ବଲ୍‍ ଆକୃତିର କରି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ଏଗ୍‍ ବଲ୍ସ। ଏହାକୁ ଟମାଟୋ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.