ଦୀର୍ଘସ୍ଥାୟୀ ବିଶ୍ୱ ନିର୍ମାଣ ପ୍ରୟାସ

କୋଲକାତା: ଜଳବାୟୁ ପରିବର୍ତ୍ତନ ଜନିତ ମାତ୍ରାଧିକ ପାଗ ପରିସ୍ଥିତିରେ ସମସ୍ତ ନିର୍ମାଣକୁ ସୁରକ୍ଷା ପ୍ରଦାନ କରିବା ସହିତ ସେଗୁଡିକୁ ଦୀର୍ଘସ୍ଥାୟୀ କରିବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ପାଦନ କ୍ଷମତା ଦୃଷ୍ଟିରୁ ଭାରତର ପଞ୍ଚମ ସର୍ବବୃହତ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ କର୍ପୋରେସନ ଲିମିଯେହ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଜିରୋ ଏମ୍‍ ୱାଟର ଶିଲ୍ଡ ୨କେ ଏବଂ ଜିରୋ ଏମ ସ୍ପଡେକ୍ସ ଟାଇଲ ଗ୍ରାଉଟର ବଜାର ପ୍ରବେଶ କରାଇଛି । ନୁଭୋକୋ କନଷ୍ଟ୍ରକସନ ଡେଭଲପମେଣ୍ଟ ଆଣ୍ଡ ଇନୋଭେସନ ସେଣ୍ଟର (ସିଡିଆଇସି) ଠାରେ ବିକଶିତ କରାଯାଇଥିବା ଏହି ଦୁଇ ଉତ୍ପାଦ ତତ୍କାଳ ବ୍ୟବହାର ପାଇଁ ପ୍ରସ୍ତୁତ ଏବଂ ପାଣିର ପ୍ରବେଶ କ୍ଷେତ୍ରରେ ଚମତ୍କାର ପ୍ରତିରୋଧ ପ୍ରଦାନ କରୁଛି । ଜିରୋ ଏମ୍‍ ୱାଟରଶିଲ୍ଡକୁ ନିର୍ମାଣ ସ୍ଥଳରେ ମିଶାଯାଇ କଂକ୍ରିଟ ଉପରେ ଏବଂ ମିସ୍ତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ପୃଷ୍ଠ ଉପରେ ବ୍ରଶ ସହାୟତାରେ ଲେପନ କରାଯାଇଥାଏ । ଏହା ଏକ ଇଲାଷ୍ଟୋମେରିକ ଜଳ ନିରୋଧୀ ଆସ୍ତରଣ ପ୍ରଦାନ କରିଥାଏ । ଏହି ପ୍ରଲେପ ଏକ କଠିନ ଫିନିଶ, ତ୍ରୁଟିଶୂନ୍ୟ ପୃଷ୍ଠଭାଗ ଏବଂ ଜଳ ଓ ଆର୍ଦ୍ରତା ଭିତରକୁ ପ୍ରବେଶ କରିବାରୁ ପ୍ରତିବନ୍ଧକ ଥିବା ସୁରକ୍ଷା ପ୍ରଦାନ କରିଥାଏ । ସେହିଭଳି ଜିରୋ ଏମ୍‍ ସ୍ପିଡେକ୍ସ ଟାଇଲ ଗ୍ରାଉଟ ହେଉଛି ତତ୍କାଳ ବ୍ୟବହାର ପାଇଁ ବାଲୁକା ରହିତ ଟାଇଲ ଗ୍ରାଉଟ, ଯେଉଁଥିରେ ସିମେଣ୍ଟ, ପଲିମର, ଫିଲର ଏବଂ ସ୍ୱତନ୍ତ୍ର କିସମର ଅଠା ବ୍ୟବହାର କରାଯାଇଛି । ଏହାକୁ ନିର୍ମାଣ ସ୍ଥଳରେ ପାଣିରେ ମିଶ୍ରଣ କରାଯାଏ ଏବଂ ଏହା ଟାଇଲର ଯୋଡେଇ ସ୍ଥାନଗୁଡିକୁ ଭର୍ତ୍ତି କରିବାକୁ ଉଚ୍ଚ ମାନର ଫିଲର ଭାବରେ ବ୍ୟବହାର କରାଯାଏ ଏବଂ ଏହା ଏକ ସୁଦୃଢ ଏବଂ ଦୀର୍ଘସ୍ଥାୟୀ ଟାଇଲ ଯୋଡେଇ ପ୍ରଦାନ କରିଥାଏ ବୋଲି ଚିଫ ଷ୍ଟ୍ରାଟେଜି ଏବଂ ମାର୍କେଟିଂ ଅଫିସର ମଧୁମିତା ବସୁ କହିଛନ୍ତି ।

Comments are closed.