ଶିଖାଇଲା ଓଡ଼ିଶା, ସହରାଞ୍ଚଳ ଶାସନ ଅଧିକ ସଶକ୍ତ ହେବା ଜରୁରୀ

ସହରାଞ୍ଚଳ ଶାସନ ତାଲିକାରେ ୧୦୦ରୁ ୫୬.୮ ନମ୍ବର ରଖି ଦେଶର ସମସ୍ତ ରାଜ୍ୟକୁ ଟପି ଶୀର୍ଷସ୍ଥାନ ଦଖଲ କରିଛି ଓଡ଼ିଶା। ଏହାର ପଛକୁ କ୍ରମାନ୍ବୟରେ ରହିଛନ୍ତି ମହାରାଷ୍ଟ୍ର, ଛତିଶଗଡ଼,କେରଳ ଓ ମଧ୍ୟପ୍ରଦେଶ। ସେହିପରି ତାଲିକାର ନିମ୍ନରେ ରହିଛି ନାଗାଲାଣ୍ଡ ା ଏହାର ଉପରକୁ ରହିଛନ୍ତି ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ମଣିପୁର ା ଦେଶର ରାଜଧାନୀ ନୂଆଦିଲ୍ଲୀ ୧୩ ନମ୍ବରରେ ଅଛି। ପ୍ରଜା ଫାଉଣ୍ଡେସନ ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଏହି ୩ ବର୍ଷ (୨୦୧୭ ରୁ ୨୦୨୦ ) ମଧ୍ୟରେ ୨୮ଟି ରାଜ୍ୟର ୪୦ଟି ସହର ଉପରେ ଅନୁଧ୍ୟାନ କରାଯାଇଥିଲା। ସହରାଞ୍ଚଳରେ କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଅନୁଧ୍ୟାନ କରାଯାଇଥିଲା ା ଓଡ଼ିଶାକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କୁ ଅଧିକ କ୍ଷମତା ଦିଆଯାଇ ନାହିଁ। ତାଲିକାରେ ଓଡ଼ିଶା ଶୀର୍ଷ ରହିବାର କାରଣ ହେଲା ନୀତି ନିର୍ଦ୍ଧାରଣରେ ନାଗରିକଙ୍କ ସହଭାଗିତା।

ଆର୍ଥିକ ଦୁର୍ବଳତା ସ୍ଥାନୀୟ ଶାସନକୁ ଦୁର୍ବଳ କରିଦିଏ। ଅର୍ଥ ଅଭାବରୁ ସରକାରଙ୍କ କୌଣସି ଜନହିତକର ଯୋଜନା କାର୍ଯ୍ୟକାରୀ ହୋଇପାରେ ନାହିଁ। ସହରାଞ୍ଚଳ ଶାସନରେ କ୍ଷମତାର ବିକେନ୍ଦ୍ରୀକରଣ ହେବା ଜରୁରୀ। ଏହା ଦ୍ବାରା ପ୍ରଶାସନ ସମାଜର ତୃଣମୂଳ ସ୍ତରରେ ପହଞ୍ଚି ପାରିଥାଏ। ସହରାଞ୍ଚଳର ବିକାଶ ଘଟିଲେ ଦେଶର ଅର୍ଥନୀତି ସୁଦୃଢ ହୋଇଥାଏ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଦୁଇ ତୃତୀୟାଂଶ ସହରାଞ୍ଚଳର ଏକ ତୃତୀୟାଂଶ ଜନସାଧାରଣ ନିର୍ଦ୍ଧାରଣ କରିଥା’ନ୍ତି। ସରଳ ଭାଷାରେ ବୁଝିବାକୁ ହେଲେ ଦେଶର ୯୦ ପ୍ରତିଶତ ରାଜସ୍ବ ସହରାଞ୍ଚଳର କେବଳ ଏକ ତୃତୀୟାଂଶ ଜନସାଧାରଣଙ୍କ ନିକଟରୁ ଆଦାୟ ହୋଇଥାଏ। ଗତ କିଛି ବର୍ଷ ହେଲା ଗ୍ରାମାଞ୍ଚଳର ଅଧିକାଂଶ ଜନସାଧାରଣ ସହରାଭିମୁଖୀ ହେବାରେ ଲାଗିଛନ୍ତି। ପ୍ରତିବର୍ଷ ନୂଆନୂଆ ସହର ସୃଷ୍ଟି ହେବାରେ ଲାଗିଛି। ସହରାଞ୍ଚଳ ବିକାଶ ଯୋଜନାରେ କେନ୍ଦ୍ର ସରକାର ପ୍ରତି ବର୍ଷ କେତୋଟି ସହରର ବିକାଶ ପ୍ରକ୍ରିୟା ହାତକୁ ନେଉଛନ୍ତି। ଏବେ ଭାରତରେ ଛୋଟ ବଡ଼ ୪ ହଜାର ସହର ଅଛି ା ଏତେ ବଡ଼ ବିଶାଳ ଦେଶରେ ସମସ୍ତ ସହରକୁ ସୁଦୃଢ କରିବା ସମୟସାପେକ୍ଷ। ଯଦି ସ୍ଥାନୀୟ ପ୍ରଶାସନର ସହଯୋଗ ନ ରହେ ତୃଣମୂଳ ସ୍ତରର ଜନସାଧାରଣ ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ହେବେ। ସେହିପରି ନୀତି ନିର୍ଦ୍ଧରଣ କ୍ଷେତ୍ରରେ ଜନସାଧାରଣଙ୍କ ଭାଗୀଦାରିତା ବଢିଲେ ସହରାଞ୍ଚଳର ବିକାଶ ଘଟିଥାଏ। ଏ କ୍ଷେତ୍ରରେ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅଧିକାଂଶ ସହର ଦେଶର ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ପ୍ରକ୍ରିୟାରେ ଜନସାଧାରଣଙ୍କ ସହଭାଗିତା ବୃଦ୍ଧି ପାଇଛି। ଫଳରେ ସହରର ନିମ୍ନସ୍ତରର ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚି ପାରିଛି। ଏଥିପାଇଁ ଓଡ଼ିଶା ସହରାଞ୍ଚଳ ଶାସନ ତାଲିକାରେ ଶୀର୍ଷରେ ରହି ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି। ନା ଏମାନେ ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରୁଛନ୍ତି ନା ଏମାନଙ୍କ ସହଭାଗିତା ବଢୁଛି। ଗାଈ ପଲପଲ,ଗୋବର ଶୂନ ଭଳି କେବଳ ଜନସଂଖ୍ୟା ବୃଦ୍ଧିରେ ସହାୟକ ହେଉଛନ୍ତି। ସହରାଞ୍ଚଳ ଶାସନ ମଜଭୁତ କରିବାକୁ ହେଲେ ଏମାନଙ୍କୁ ରୋକିବା ଜରୁରୀ।
ଯୋଜନା ବିହୀନ ଭାବେ ଗଢି ଉଠିଥିବା ସହରଗୁଡ଼ିକର ଜନସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଯୋଜନାବିହୀନ ସହର କହିଲେ ବିଶେଷକରି ରୋହିଙ୍ଗ୍ୟା ଓ ବାଂଲାଦେଶୀ ଶରଣାର୍ଥୀଙ୍କ କଥା ମନକୁ ଆସେ। ଏମାନେ ପ୍ରତିଟି ଭାରତୀୟଙ୍କ ଉପରେ ବୋଝ ପାଲଟିଛନ୍ତି। ଭୋଟ ରାଜନୀତିରେ ଏମାନେ ଏବେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ଦେଶରେ ଯେଉଁଠି ସୁରକ୍ଷିତ ଜାଗାଟିଏ ଦେଖୁଛନ୍ତି ଏମାନେ ବସତି ସ୍ଥାପନ କରି ରହୁଛନ୍ତି। ୨/୩ରୁ ଏହା ବଢିବଢି ଗ୍ରାମର ରୂପ ନେଉଛି। ଦେଶର ନାଗରିକମାନେ ଏ ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନା ପାଇଁ ନାହାନ୍ତି। ଏପରି ସ୍ଥଳେ ଏମାନେ ଆସି ବସତି ସ୍ଥାପନ କରିବା ବୋଝ ଉପରେ ନଳିତା ବିଡ଼ା ସଦୃଶ। ବାହ୍ୟ ନାଗରିକଙ୍କ ପାଇଁ ଭାରତ ଧର୍ମଶାଳା ପାଲଟିଥିବା କହିବା ଅଯୌକ୍ତିକ ନୁହେଁ। ଏହାଦ୍ବାରା ବିକାଶ ବାଧାପ୍ରାପ୍ତ ହେଉଛି। ଯେଉଁ ପ୍ରକ୍ରିୟାରେ ଦେଶର ନାଗରିକ ସାମିଲ ହେବା କଥା ସେଠାରେ ଏହି ବାଂଲାଦେଶୀ ଓ ରୋହିଙ୍ଗ୍ୟା ସାମିଲ ହେଉଛନ୍ତି। ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ଏମାନେ ବାଧକ ସାଜିଛନ୍ତି। କେବଳ ରାଜନୈତିକ ଛତ୍ରଛାୟା ତଳେ ରହି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଏମାନେ ଜନସଂଖ୍ୟା ବୃଦ୍ଧି କରାଇବାରେ ସହାୟକ ହେଉଛନ୍ତି। ଦେଶର ନାଗରିକଙ୍କ ପାଇଁ ଥିବା ସମସ୍ତ ଯୋଜନା ଦୁଇ ଭାଗ ହୋଇ ଯାଉଛି ।

ଆମର ହକ୍‌ ଉପରେ ଏମାନଙ୍କ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ। ରାଜ୍ୟରେ କେବଳ ସହରାଞ୍ଚଳର ବିକାଶ ଘଟିଲେ ହେବ ନାହିଁ। ଗ୍ରାମାଞ୍ଚଳକୁ ସମୃଦ୍ଧ କରିବାକୁ ପଡ଼ିବ। ଅଧିକାଂଶ ଜିଲାର ସଦର ମହକୁମାକୁ ରାସ୍ତାଟିଏ ନାହିଁ। ଦୀର୍ଘ ବର୍ଷ ହେଲା ଏମାନେ ବିଚ୍ଛିନ୍ନାଞ୍ଚଳରେ ରହି ଆସୁଛନ୍ତି। ଏମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ଥିଲା। ତେବେ ଗତ ୧୦ବର୍ଷ ମଧ୍ୟରେ ଏଥିରେ ବିଶେଷ ଉନ୍ନତି ଘଟିଛି। ପୂର୍ବରୁ ଯେଉଁ ନାଗରିକ ମତଦାନ କରି ଘରକୁ ଫେରିବାକୁ ଦିନଟିଏ ଲାଗୁଥିଲା, ପୋଲଟିଏ ହେବା ଦ୍ବାରା ମାତ୍ର ଏକ ଘଣ୍ଟା/୨ଘଣ୍ଟା ମଧ୍ୟରେ ଭୋଟ ଦେଇ କର୍ମସ୍ଥଳକୁ ଫେରି ପାରୁଛି। ତେବେ ଏହା ଯଥେଷ୍ଟ ନୁହେଁ। ପୂର୍ବରୁ କେତେକ ମାନକରେ ଆଗୁଆ ଥିବାବେଳେ ଏବେ ଓଡ଼ିଶା ପଛରେ ପଡ଼ିଛି। ସେହିସବୁ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ।

Comments are closed.