ସୁପ୍ରିମକୋର୍ଟରେ ଇସିଆଇ ପ୍ୟାନେଲ ପରାମର୍ଶଦାତାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପ୍ରତିନିଧିତ୍ଵ କରୁଥିବା ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ପ୍ୟାନେଲ ପରାମର୍ଶଦାତା ଆଡ୍‌ଭୋକେଟ ମୋହିତ ଡି. ରାମ ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ଆ​ଆୟୋଗଙ୍କ ବର୍ତ୍ତମାନର କାର୍ଯ୍ୟକାରିତା ସହିତ ତାଙ୍କ ମୂଲ୍ୟବୋଧ ମେଳ ଖାଉନାହିଁ ବୋଲି ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି।

ଆଡଭୋକେଟ୍‌ ମୋହିତ ଡି. ରାମ ୨୦୧୩ରୁ ସୁପ୍ରିମକୋର୍ଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ୟାନେଲ ପରାମର୍ଶଦାତା ଭାବେ କାର୍ଯ୍ୟ କରିଆସୁଥିଲେ। ସେ କହିଛନ୍ତି, ଇସିଆଇର ପ୍ରତିନିଧିତ୍ଵ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ ଥିଲା। ସୁପ୍ରିମକୋର୍ଟରେ ଇସିଆଇଙ୍କ ପ୍ୟାନେଲ ପରାମର୍ଶଦାତା ରହିବା ତାଙ୍କ କ୍ୟାରିୟରର ଏକ ମାଇଲଖୁଣ୍ଟ ଥିଲା ବୋଲି ଆୟୋଗର ନିର୍ଦେଶକ(ଆଇନ)ଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତେବେ ସେ ବର୍ତ୍ତମାନ ଜାଣିବାକୁ ପାଉଛନ୍ତି ଯେ, ତାଙ୍କ ମୂଲ୍ୟବୋଧ ଇସିଆଇଙ୍କ କାର୍ଯ୍ୟକାରିତା ସହିତ ମେଳ ଖାଉନାହିଁ। ତେଣୁ ସେ ନିଜ ଆଡୁ ପ୍ୟାନେଲ ପରାମର୍ଶଦାତା ଦାୟିତ୍ଵରୁ ଓହରିଯାଉଛନ୍ତି ବୋଲି ପତ୍ରରେ ଲେଖିଛନ୍ତି।

Comments are closed.