ନିର୍ବାଚନ ଲାଗି କମିଶନଙ୍କ ମାର୍ଗଦର୍ଶିକା: ଅନ୍ଲାଇନ୍ରେ ନାମାଙ୍କନ, ଭୋଟ ଦେବାବେଳେ ମାସ୍କ-ଗ୍ଲୋଭ୍ସ

କରୋନା ସମୟରେ ନିର୍ବାଚନ ପରିଚାଳନା ନେଇ ଗାଇଡ୍ଲାଇନ୍ ଜାରି କଲେ ଭାରତୀୟ ନିର୍ବାଚନ କମିଶନ। ନିର୍ବାଚନ ଓ ଉପନିର୍ବାଚନରେ ଅନ୍ଲାଇନ୍ରେ ଦାଖଲ ହେବ ପ୍ରାର୍ଥୀପତ୍ର। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ଉପଲବ୍ଧ ହେବ ପ୍ରାର୍ଥୀପତ୍ର। ଅନ୍ଲାଇନ୍ରେ ସତ୍ୟପାଠ ଓ ଅମାନତ ରାଶି ଜମା କରାଯିବ। ନିର୍ବାଚନରେ ସଂଶ୍ଲିଷ୍ଟ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ସାମାଜିକ ଦୂରତା, ହାତଧୋଇବା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। ପୋଲିଂ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ବ୍ୟବସ୍ଥା ହେବ। ଇଭିଏମ୍, ଭିଭିପାଟ ବ୍ୟବହାର କରୁଥିବା ଅଧିକାରୀଙ୍କୁ ଗ୍ଲୋଭସ୍ ମିଳିବ ବୋଲି ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।