ଏକ୍‌ଜିଟ ପୋଲ ସମ୍ପର୍କିତ ସମସ୍ତ ପୋଷ୍ଟ ହଟାଇବାକୁ ଟ୍ବିଟରକୁ ନିର୍ବାଚନ ଆୟୋଗଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ଅନ୍ତିମ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ମେ ୨୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟ ନିର୍ବାଚନ ପରେ କେତେକ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି। ଏକଜିଟ୍‌ ପୋଲ ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏ ଦିଗରେ ସାନି ପଦକ୍ଷେପ ନେଇଛନ୍ତି। ଲୋକସଭା ନିର୍ବାଚନର ଏକଜିଟ ପୋଲ ସମ୍ପର୍କିତ ସମସ୍ତ ଟ୍ବିଟକୁ ହଟାଇବାକୁ ନିର୍ବାଚନ ଆୟୋଗ ଟ୍ବିଟରକୁ ନିର୍ଦେଶ ଦେଇଛନ୍ତି।

Comments are closed.