ଟାର୍ଗେଟରେ ନିର୍ବାଚନ କମିଶନ

ସମାଜ ପୋର୍ଟାଲ: ନିର୍ବାଚନ ପ୍ରଚାର ସମୟ କମ୍‍ କରିବା ପାଇଁ ନିର୍ବାଚନ କମିଶନ୍‍ଙ୍କ ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୈତିକ ତଥା ଅଣସାମ୍ବିଧାନିକ ବୋଲି କହିଛନ୍ତି। ଟ୍ୱିଟ୍‍ କରି ମମତା କହିଛନ୍ତି, ବି.ଜେ.ପି. ପ୍ରରୋଚନାରେ କରାଯାଇଥିବା ନିର୍ବାଚନ କମିଶନ୍‍ଙ୍କ ଏହି କାର୍ଯ୍ୟ ଗଣତନ୍ତ୍ର ପ୍ରତି ଏକ ଶକ୍ତ ଆଘାତ। ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଉପରେ କଟକଣା ଓ ନିଷେଧ ଲାଗୁ କରିବାକୁ ନେଇ କଂଗ୍ରେସ ନିର୍ବାଚନ କମିଶନ୍‍ର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି, ନିର୍ବାଚନ କମିଶନ୍‍ ବି.ଜେ.ପି. ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ଓ ନିଜର ସାମ୍ବିଧାନିକ କର୍ତ୍ତବ୍ୟଠାରୁ ଦୂରେଇ ଯାଇଛି।

ବି.ଏସ୍‍.ପି. ମୁଖ୍ୟ ମାୟାବତୀ କହିଛନ୍ତି, ବି.ଜେ.ପି. ସରକାର ତାଙ୍କର ବିଫଳତା ଉପରୁ ଅନ୍ୟତ୍ର ଦୃଷ୍ଟି ଆକର୍ଷଣ କରିବାପାଇଁ ରଚିଥିବା ଏକ ଷଡ଼ଯନ୍ତ୍ରର ଅଂଶସ୍ୱରୂପ

Comments are closed.