ହସ୍ତରେ ଭୋଜନ କଲେ ଖାଦ୍ୟର ସ୍ୱାଦ ହୋଇଥାଏ ଦ୍ୱିଗୁଣିତ

ଅଧିକାଂଶ ଲୋକେ ଖାଦ୍ୟ ଖାଇବା ସମୟରେ ଚାମଚର ବ୍ୟବହାର କରିଥାଆନ୍ତି। ମାତ୍ର ହାତରେ ଖାଦ୍ୟ ଖାଇବା ଖୁବ ଲାଭଦାୟକ। ଏକ ବିଶେଷ ଅଧ୍ୟୟନରୁ ଜଣାପଡ଼ିଛି, ହାତରେ ଭୋଜନ କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ। ଏହାର ଅନ୍ୟ ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି…….
– ହସ୍ତରେ ଭୋଜନ କରିବା ଦ୍ୱାରା ମସ୍ତିଷ୍କର ଏକ ଶିରା ସକ୍ରିୟ ହୋଇଥାଏ। ଯାହା ଦ୍ୱାରା ଆପଣ ଖାଦ୍ୟ ଖାଇବା ସମୟରେ ଓ ପରେ ଶାନ୍ତି ଅନୁଭବ ହେବା ସହ ସଠିକ ଭାବେ ପେଟ ଭର୍ତ୍ତି ହୋଇଥାଏ।
– ଏକ ଅଧ୍ୟୟନରୁ ଜଣାପଡ଼ିଛି କିଛି ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଉଦାହରଣରେ ….
ପନିରକୁ ଚାମଚ ଅପେକ୍ଷା ହାତରେ ଖାଇବା ଅଧିକ ସୁଆଦିଆ।
– ଯେଉଁମାନେ ଓଜନ ବୃଦ୍ଧି ପାଇଁ ଇଚ୍ଛୁକ, ସେମାନେ ହାତରେ ଭୋଜନ କରିବା ଖୁବ ଲାଭଦାୟକ। କାରଣ ଚାମଚ ଅପେକ୍ଷା ହାତରେ ଅଧିକ ଖାଦ୍ୟ ଖାଇବା ସହ ପେଟ ଆବଶ୍ୟକ ଅନୁଯାୟୀ ଭର୍ତ୍ତି ହୋଇଥାଏ।
– ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
– ହାତରେ ଖାଦ୍ୟ ଖାଇବା ଏକ ପ୍ରକାର ବ୍ୟାୟାମ ମଧ୍ୟ ।

Comments are closed.