‘ସମାଜ’ ଖବର କାଗଜର ପ୍ରଭାବ, ଅସହାୟ ପରିବାର ନିକଟରେ ପହଂଚିଲେ ବି.ଡି.ଓ

କଲମପୁର: ବାପା ଦୃଷ୍ଟି ବାଧିତ। ଝିଅ ଉପରେ ପରିବାର ବୋଝ। ପାଠରେ ଡୋରି ବନ୍ଧିବାକୁ ବାଧ୍ୟ ହେଲା ଝିଅ। କଲମପୁର ବ୍ଲକ ଅଧିନସ୍ଥ ମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଟିଗାଁର ଗିରିଧାରୀ ପରାଭୋଇଙ୍କ ଅସହାୟ ପରିବାରର ଦୁଖଃଦ ଘଟଣା ସମ୍ବନ୍ଧରେ ଶୁକ୍ରବାର ‘ସମାଜ’ ଖବର କାଗଜରେ ଏକ ଖବର ପ୍ରକାଶିତ ହେଇ ଥିଲା। ଏହି ପ୍ରକାଶିତ ଖବରକୁ ନେଇ ବରଗଡ଼ ପାଇକମାଲ ଅଂଚଳର ଟ୍ୱିଟରଗାର୍ଲ ଭାବେ ପରିଚିତ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚୀବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା ବିଭାଗ ସମେତ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସମେତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଟ୍ୱିଟର ମାଧ୍ୟମରେ ପରିବାରକୁ ସହାୟତା ପାଇଁ ଜଣାଇଥିଲେ। ଅନ୍ୟପଟେ ଏହି ଖବର ବିଭିନ୍ନ ହ୍ୱାଟ୍ସ ଅଫ ଗୃପରେ ସେୟାର ହେବା ପରେ କଲମପୁର ବ୍ଲକରେ ନିକଟରେ ଯୋଗ ଦେଇଥିବା ବି.ଡି.ଓ ବିଜୟ କୁମାର ମାଡାଙ୍ଗି ଶୁକ୍ରବାର ସଂଧ୍ୟାରେ ଗିରିଧାରୀଙ୍କ ଘରରେ ପହଂଚିଥିଲେ। ପରିବାର ଲୋକ ସେମାନେ ସମ୍ମୁଖିନ ହେଇଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ବି.ଡି.ଓ ଶ୍ରୀ ମାଡାଙ୍ଗିଙ୍କୁ ଅବଗତ କରାଇଥିଲେ। ଦୃଷ୍ଟି ବାଧିତ ଗିରିଧାରୀର ଆର୍ôଥକ ଅଭାବ କାରଣରୁ ଅଧିକ ଚିକିତ୍ସା କରି ପାରିନଥିଲେ ପରିବାର ଲୋକ। ଅନ୍ୟପଟେ ବାପା ଦୃଷ୍ଟି ବାଧିତ ହେବା ପରେ ପରିବାରର ବୋଝ ଦଶମ ଶ୍ରେଣୀ ପାସ କରିଥିବା ଝିଅ ଚଂଚଳା ଉପରେ ପଡ଼ିଥିଲା। ବାପାର ସେବା ଯତ୍ନ ସହ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହେଇଥିଲା ପାଠରେ ଡୋରି ବାନ୍ଧିବା ପାଇଁ। ଏ ସମ୍ପର୍କିତ ଖବର ‘ସମାଜ’ ଖବର କାଗଜରେ ପ୍ରକାଶିତ ହେଇଥିଲା। ଏହି ଖବରକୁ ଗୁରୁତ୍ୱ ଦେଇ ବି.ଡି.ଓ ଶ୍ରୀ ମାଡାଙ୍ଗି ଗିରିଧାରୀଙ୍କ ଘରେ ପହଂଚି ପ୍ରଥମେ ଗିରିଧାରୀଙ୍କ ଉଚ୍ଚସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଆଶ୍ୱସନା ଦେଇଥିଲେ। ଏହାସହ କିଛି ବାଦାନ୍ୟ ବ୍ୟକ୍ତି ଝିଅର ପାଠ ପଢ଼ା ଓ କର୍ମସଂସ୍ଥାନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Comments are closed.