ନିୟମିତ ଫଳ ସାଲଡ଼ ,ଫଳ ଚାର୍ଟ ଖାଆନ୍ତୁ

ଆବଶ୍ୟକତା ଠାରୁ ଅଧିକ ଖାଇବା ହେଉ ମସଲାଯୁକ୍ତ ଓ ଛଣା ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ବହୁବାର ଏପରି ମଧ୍ୟ ହୋଇଥାଏ ଭୋକ ମଧ୍ୟ ଲାଗିନଥାଏ। ଭୋକ ଠିକ ଭାବେ ନହେଉଥିଲେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ। ଜାଣନ୍ତୁ ଏହା ବିଷୟରେ
ଯଦି ଆପଣଙ୍କୁ ଭୋକ ହେଉନଥାଏ ତେବେ ବାଧ୍ୟରେ ବିଲକୁଲ ଖାଦ୍ୟ ଖାଆନ୍ତୁ ନାହିଁ।
ନିୟମିତ ଦହି ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହେ। ସଠିକ ଭାବେ ଭୋକ ମଧ୍ୟ ହୋଇଥାଏ।
ନିୟମିତ ଫଳ ସାଲଡ଼ କିମ୍ବା ଫଳ ଚାର୍ଟ ଖାଆନ୍ତୁ।
ପଇଡ଼ ପାଣି, ଲସୀ, ଆମ୍ବ ପଣା, ଲେମ୍ବୁ ପାଣି ସରବତ ଆଦିକୁ ନିଜ ପସନ୍ଦ ମୁତାବକ ନିଶ୍ଚୟ ପିଅନ୍ତୁ।
ଆପଣ ଛତୁଆର ସବବତ ମଧ୍ୟ ପିଇପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଜଳଖିଆରେ ଓଟ୍ସ, ବେସନରେ ପ୍ରସ୍ତୁତ ଚକୁଳି, ଉପମା ଖାଆନ୍ତୁ।
ରାତି ସମୟରେ କମ ପରିମାଣରେ ଖାଦ୍ୟ ଖାଆନ୍ତୁ।

Comments are closed.