ଗୃହରେ ରଖନ୍ତୁ ଏହି ୪ଟି ଜିନିଷ ; ପ୍ରାପ୍ତି ହେବ ସୁଖସମୃଦ୍ଧି

ଲୋକେ ନିଜ ଘରକୁ ସାଜସଜ୍ଜାର ବିଭିନ୍ନ ଜିନିଷ ଦ୍ୱାରା ସଜାଇ ଥାଆନ୍ତି। ଘରର କଣ ସ୍ଥାନ ଗୁଡ଼ିକୁ ସଫାସୁତୁରା ରଖିବା ସହ ସେଠାରେ ମଧ୍ୟ ବିଭିନ୍ନ ଜିନିଷ ସଜାଇ ଥାଆନ୍ତି। ସୁନ୍ଦର ସୁନ୍ଦର ଫୁଲ ଓ ରଙ୍ଗର ମଧ୍ୟ ବ୍ୟବହାର କରାଯାଏ। ମାତ୍ର ଅନେକ ସମୟରେ ବାସ୍ତୁ ଦୋଷ ଜନିତ କିଛି କଥା ପ୍ରତି ଧ୍ୟାନ ନ ଦେଇ ଏପରି କିଛି ଜିନିଷ ଘରେ ରଖିଥାଆନ୍ତି , ତାହା ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ମାତ୍ର ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ବର୍ଣ୍ଣନା କରାଯାଇଛି ଯାହାକୁ ଲଗାଇବା କିମ୍ବା ଘରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ ଓ କାର୍ଯ୍ୟରେ ସଫଳତା ମିଳିଥାଏ।
ପାରା – ପାରାକୁ ଶାନ୍ତିର ପ୍ରତୀକ କୁହାଯାଏ। ବାସ୍ତୁ ଅନୁଯାୟୀ ଘରେ ଯୋଡ଼ା ପାରା (ସୋ ପିସ୍‍ ) କିମ୍ବା ପୋଷ୍ଟର ଲଗାଇଲେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ପ୍ରଜାପତି – ଅନେକ ସମୟରେ ବଗିଚାରେ ରଙ୍ଗବେରଙ୍ଗର ପ୍ରଜାପତି ଦେଖିଲେ ମନକୁ ଶାନ୍ତି ମିଳିଥାଏ। ମାତ୍ର ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ପ୍ରଜାପତି ଚିତ୍ର ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ହଂସ – ଶାସ୍ତ୍ରରେ ହଂସର ବିଶେଷ ମହତ୍ତ୍ୱ ରହିଛି। ଘରେ ଓ କାର୍ଯ୍ୟାଳୟରେ ହଂସର ଯୋଡ଼ା (ସୋ ପିସ୍‍ ) ରଖିବା ଦ୍ୱାରା ଶୁଭଫଳ  ମିଳିଥାଏ। ବାସ୍ତୁ ଦୋଷ ଦୂର ହେବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବୃଦ୍ଧଙ୍କ ପ୍ରତିମା – ବୃଦ୍ଧଙ୍କ ପ୍ରତିମା ମଧ୍ୟ ଶାନ୍ତିର ପ୍ରତୀକ। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ସୁପ୍ରଭାବ ପଡ଼ିଥାଏ।

Comments are closed.