ପୂର୍ବାଞ୍ଚଳ ଆନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ଟେନିସ : କିଟ୍‌ ବିଜେତା

ଭୁବନେଶ୍ବର : ଛତିଶଗଡ଼ର ରାୟପୁରରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ଟେନିସ ପ୍ରତିଯୋଗିତାରେ କିଟ୍‌ ବିଶ୍ବବିଦ୍ୟାଳୟ ଭୁବନେଶ୍ବର ବିଜେତା ହୋଇଛି। ଏଥିସହିତ କିଟ୍‌ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଓ ସର୍ବଭାରତୀୟ ଆନ୍ତଃ ବିଶ୍ବବିଦ୍ୟାଳୟ ଟେନିସ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛି। ୪ ଦଳକୁ ନେଇ ଖେଳାଯାଇଥିବା ରାଉଣ୍ଡରବିନ ଲିଗ୍‌ ମ୍ୟାଚରେ କିଟ୍‌ ୩-୦ରେ ଗୌହ୍ବାଟି ବିଶ୍ବବିଦ୍ୟାଳୟକୁ, ୨-୧ରେ ଯାଦବପୁର ବିଶ୍ବବିଦ୍ୟାଳୟକୁ ଓ ୨-୧ରେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠକୁ ପରାସ୍ତ କରି ପ୍ରଥମ ସ୍ଥାନ ହାସଲ କରିଛି। କିଟ୍‌ ପକ୍ଷରୁ ବିବିଏ ପ୍ରଥମ ବର୍ଷ ଛାତ୍ର କବୀର ହନ୍ସ, ବିଏ ଦ୍ବିତୀୟ ବର୍ଷ ଛାତ୍ର ଜଷ୍ଟିନ କାସୁଇଗାଙ୍ଗ ଓ ଆଶିଷ କୁମାର ପରିଡ଼ା ପ୍ରତିନିଧିତ୍ବ କରିଥିଲେ। ଏହି ସଫଳତା ଲାଗି କିଟ୍‌ ବିଶ୍ବବିଦ୍ୟାଳୟ ପୁରୁଷ ଟେନିସ ଦଳକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

Comments are closed.