ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ

ଭୁବନେଶ୍ବର : ପୂର୍ବତଟ ରେଳପଥର ନୂତନ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ପ୍ରମୋଦ କୁମାର ଜେନା ଯୋଗ ଦେଇଛନ୍ତି। ପଣ୍ୟ ପରିବହନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନରେ ଥିବା ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ୧୯୮୭ ବ୍ୟାଚ୍ ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଜେନା ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଜେନା ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ବିଳାସପୁର ଠାରେ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ସେ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଯଥା ପଣ୍ୟ ପରିଚାଳନା, ଯାତ୍ରୀ ପରିଚାଳନା, ନିରାପତ୍ତା, ଯୋଜନା, ସାଧାରଣ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟକରି ପ୍ରସଂଶିତ ହୋଇଛନ୍ତି। ପ୍ରମୁଖ ପରିଚାଳନା ବିଭାଗର ମୁଖ୍ୟ ଭାବେ ଶ୍ରୀ ଜେନାଙ୍କ ସମ୍ମୁଖରେ ଚଳିତ ବର୍ଷ ୨୦୦ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ସହିତ ଟ୍ରେନ୍ ଚଳାଚଳରେ ସମୟାନୁବର୍ତ୍ତିତା, ଭିତ୍ତିଭୂମିର ଯୋଜନା, ଶିଳ୍ପ ସଂସ୍ଥା ସହିତ ବନ୍ଦର ଗୁଡିକୁ ରେଳ ସଂଯୋଗର ଲକ୍ଷ୍ୟ ପୁରଣ କରିବା ଭଳି ଅନେକ ଆହ୍ବାନ ରହିଛି। ସେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିକଟବର୍ତ୍ତୀ କୋଲର ଗ୍ରାମର ଭାସ୍କର ଜେନାଙ୍କର ସୁପୁତ୍ର ଅଟନ୍ତି I

Comments are closed.