ଜମ୍ମୁ କାଶ୍ମୀର ପୁଞ୍ଚରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ : ଜଣେ ଯବାନ ସହିଦ,୩ ଆହତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଞ୍ଚରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। ଶନିବାର  ବିଳମ୍ବିତ ରାତିରେ ପାକିସ୍ତାନ ସେନା ପୁଞ୍ଚ ଜିଲାର କିର୍ନି ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ପ୍ରବଳ ଗୁଳିଗୋଳା ମାଡ କରିଥିଲା । ଯାହା ଫଳରେ ଜଣେ ଭାରତୀୟ ଯବାନ ସହିତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିଲେ । ଆହତ ହୋଇଥିବା ୩ ଜଣ ଯବାନଙ୍କୁ ଉଦ୍ଧରମପୁର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସୂଚନାଅନୁସାରେ ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲାର କିର୍ନି ଓ କସବାରେ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପାକିସ୍ତାନ ସେନା କିର୍ନି ଓ କସବା ଅଞ୍ଚଳରେ ଥିବା ସେନା ପୋଷ୍ଟ ସହିତ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ଗୁଳିମାଡ କରିଥିଲା । ପାକିସ୍ତାନ ସେନାକୁ ଯବାବ ଦେବାକୁ ଯାଇ ଭାରତୀୟ ସେନା ମଧ୍ୟ ଗୁଳିମାଡ କରିଥିଲେ। ଲାଇନ ଅଫ କଣ୍ଟ୍ରୋଲରେ ଗୁଳି ବିନିମୟ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଭାରତୀୟ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ସୂଚନାଯୋଗ୍ୟ ଶୁକ୍ରବାର ମଧ୍ୟ ପାକିସ୍ତାନୀ ସେନା ଏହି ଅଞ୍ଚଳରେ ଗୁଳି ଚଳାଇଥିଲା । ଭାରତୀୟ ସେନା ଏହାର ଉତ୍ତର ଦେବାକୁ ଯାଇ ପାକିସ୍ତାନ ସେନାର ପାଞ୍ଚଟି ପୋଷ୍ଟକୁ ନଷ୍ଟ କରିବା ସହ ୫ ଜଣ ପାକିସ୍ତାନୀ ଯବାନଙ୍କୁ ନିପାତ କରିଥିଲେ । ଏହା ପରେ ପୁଣି ଥରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ।

Comments are closed.