ପଶ୍ଚିମବଙ୍ଗରେ ଭୂ-କମ୍ପ ଝଟକା : ରିକ୍ଟର ସ୍କେଲରେ ତିବ୍ରତା ୪.୧

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଦୁର୍ଗାପୁରରେ ବୁଧବାର ସକାଳେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ପ୍ରାୟ ସକାଳ ୭ଟା ୫୪ ମିନିଟରେ ଭୂ-କମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ଼ କରାଯାଇଛି। ମାତ୍ର ଏଯାବତ ଜୀବନହାନୀ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାପୂର୍ବରୁ ୨୩ ଅଗଷ୍ଟରେ ମହାରାଷ୍ଟ୍ରର ପାଲଘରରେ ମଧ୍ୟ ଭୂ-କମ୍ପ ଝଟକା ଅନୁଭବ ହୋଇଥିଲା। ଯାହାର ତିବ୍ରତା ରିକ୍ଟର ସ୍କେଲରେ ୨.୮ ରେକର୍ଡ଼ କରାଯାଇଥିଲା।

Comments are closed.