MEllora 950×100

ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୮ଟା ୩୨ ମିନିଟରେ ଭୂକମ୍ପ ହୋଇଥିବା ନେଇ ଏନସିଏସର ସୂଚନା ଦେଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତାର ୫.୧ ରହିଥିବା ବେଳେ ବାଂଲାଦେଶ ରାଜଧାନୀ ଢ଼ାକାରେ ମୃଦୁ କମ୍ପନ ହୋଇଥିବା ଜଣାପଡ଼ିଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ ଡାକାର ଦକ୍ଷିଣପଶ୍ଚିମ ଠାରୁ ୫୨୯ କିମି ଦୂରରେ ହୋଇଥିବା କହିଛି ଏନସିଏସ । କୋକ୍ସ ବଜାରର ଦକ୍ଷିଣପୂର୍ବକୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ସେପଟେ ଚିଟାଗଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ ୩୭୯ କିମି ଦୂରରେ ରହିଛି କେନ୍ଦ୍ରସ୍ଥଳ ।

Comments are closed.