MEllora 950×100

ମଣିପୁରରେ ଭୂକମ୍ପ ଝଟକା

ଇମ୍ଫାଲ : ଆଜି ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପୂର୍ବାହ୍ନ ୯ଟା୪୭ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଇମ୍ଫାଲ ଠାରୁ ୬୨ କିଲୋମିଟର ଦୂର ଉତ୍ତରପୂର୍ବ ଶିରୁଇ ଠାରେ ବୋଲି ଖବର ମିଳିଛି। ତେବେ ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ।

Comments are closed.