ରାୟଗଡାରେ ମୃଦୁ ଭୂମିକମ୍ପ

ରାୟଗଡା : ରାୟଗଡାରେ ଆଜି ଭୋର ୪ଟା ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଜିଲାର କିଛି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିବା ନେଇ ପାଣିପାଗ ବିଭାଗ ଠାରୁ ସୂଚନା ମିଳିଛି। ଭୋର ସମୟରେ ପ୍ରାୟ ୨ ସେକେଣ୍ଡ ଧରି ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ଏଯାବତ ମିଳିନାହିଁ। ଭୂ-ପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଭୂମିକମ୍ପ ଅନୁଭବ ହୋଇଥିବା ବେଳେ ଭୋର ସମୟ ହୋଇଥିବାରୁ ଅଧିକାଂଶ ଲୋକେ  ଜାଣି ପାରି ନଥିଲେ।

Comments are closed.