ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସହରରେ ଶୁକ୍ରବାର ସନ୍ଧ୍ୟା ୫ଟା ୯ମିନିଟରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଛି। ଜାମ୍ମୁକାଶ୍ମୀରରେ ଅଧିକ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସେହିଭଳି ଦିଲ୍ଲୀ ଏନସିଆର, ପଞ୍ଜାବ ଓ ହରିୟାଣାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ ରହିଛି।

 

Comments are closed.