ମୁମ୍ବଇରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ଼

ମୁମ୍ବଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ସୋମବାର ସକାଳେ ପୁଣି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଏନସିଏସ ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତର ମୁମ୍ବଇରେ ୧୦୨ କିଲୋମିଟର ଦୂର ରହିଥିଲା।
ଏହା ପୂର୍ବରୁ ମଧ୍ୟ ସେପ୍ଟେବର ୫ ସକାଳେ ମୁମ୍ବଇରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏନସିଏସ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୭ ରେକର୍ଡ଼ ହୋଇଥିଲା। ଏହାସହ ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବଇର ଉତ୍ତରରେ ୯୮ କିଲୋମିଟର ଦୂର ଥିଲା।
ଏତଦ ବ୍ୟତୀତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା୪୧ରେ ନାସିକ ଠାରୁ ନିକଟ୯୮ କି.ମି ପଶ୍ଚିମ ଦିଗରେ ଭୂକମ୍ପ ଅନୁଭବ ହୋଇଥିଲା। ଏହାର ତିବ୍ରତା୪.୦ ରେକର୍ଡ଼ କରାଯାଇଥିଲା।

 

Comments are closed.