ମହାରାଷ୍ଟ୍ରର ସତାରାରେ ଭୂକମ୍ପ ଝଟକା ଅନୁଭୂତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ସତାରା ଜିଲା ସ୍ଥିତ କୋୟନା ଡ଼୍ୟାମ ନିକଟ ଅଂଚଳରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତ୍ରିବତା ୨.୬ ରେକର୍ଡ଼ କରାଯାଇଛି। ସ୍ଥାନୀୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଏହାସହ ଜିଲା ପ୍ରଶାସନ ଅଧିକାରୀଙ୍କ ମତାନୁସାରେ ଭୂକମ୍ପରେ କୌଣସି ଜୀବନ ଓ ଧନହାନୀ ହୋଇଥିବା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ସକାଳ ୭ଟା ୧୬ରେ ଏହି ଭୂକମ୍ପ ଅନୁଭବ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ କୋୟନା ଡ଼୍ୟାମ ଠାରୁ ୮ କିଲୋମିଟର ଦୂର ସ୍ଥାନ ଥିଲା ବୋଲି ସୂଚନା ମିଳିଛି।

Comments are closed.