ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ପାଙ୍ଗିନ ସହରରେ ସକାଳ ୧୦ଟା ୧୧ରେ ଲୋକେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଲୋକେ ଭୟଭୀତ ହୋଇ ତୁରନ୍ତ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ରେକର୍ଡ କରାଯାଇଛି। ତେବେ ଏଯାଏଁ ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ପାଙ୍ଗିନର ଉତ୍ତର ପଶ୍ଚିମରେ ୨୩୭ କିଲୋମିଟର ଦୂର ଯାଏଁ ଏହାର ଝଟକା ଅନୁଭବ ହୋଇଛି। ଚଳିତ ମାସରେ ୪ ସେପ୍ଟେମ୍ବର ମଧ୍ୟ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା।

Comments are closed.