ଉତ୍ତରକାଶିରେ ଭୂକମ୍ପ

ଉତ୍ତରକାଶି : ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଶନିବାର ଉତ୍ତରକାଶିରେ ଭୂକମ୍ପ ହୋଇଛି। ଶନିବାର ପୂର୍ବାହ୍ନ ୧୧ଟା ୨୭ ମିନିଟ୍‌ରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଜୋରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶି ଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୩ ରେକର୍ଡ କରାଯାଇଛି।

ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଦୋକାନରୁ ଓ ଘରୁ ବାହାରି ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୧୦ଟା ସମୟରେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୩ ମାପ ଯାଇଥିଲା। ସମସ୍ତ ତହସିଲ ଏବଂ ପୁଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା।

Comments are closed.